👉ହକ୍ ମିଳୁନି, ଲଢ଼େଇ ସରୁନି | Janani TV

 ନବରଙ୍ଗପୁର,୧୬/୪: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ୧୦୫ ଖଣ୍ଡ ଗାଁର ୬୧୩୩ ପରିବାର ବାସଚ୍ୟୁତ ହେଲେ। ୨୦ ହଜାର ଏକରରୁ ଊର୍ଦ୍ଧ୍ବ ଜମି ଜଳଭଣ୍ଡାରରେ ଲୀନ ହେଲା| ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର ଅଭିଯୋଗ କରି ୪୦ବର୍ଷ ଧରି ବିସ୍ଥାପିତ ଆନ୍ଦୋଳନ କରି ଆସୁଛନ୍ତି। ତଥାପି ସରକାର ବିସ୍ଥାପିତଙ୍କ ଦୁଃଖ ଦୂର କରିବାରେ ସକ୍ଷମ ହୋଇପାରିନାହାନ୍ତି।


ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୩୫୫୦୦ ଟଙ୍କା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୪୨୨୦୦ ଓ ପଞ୍ଚମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଥିଲା କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର ଅଭିଯୋଗ ପରେ ଆରଡିସିପ୍ତରରେ ୨୦୦୮ରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ପୁନଃ କ୍ଷତିପୂରଣ ପ୍ରଦାନ ଲାଗି ପ୍ରାୟ ୧୬ କୋଟି ଟଙ୍କାର ଅଟ୍ଟକଳ ରଖାଯାଇଥିଲା। ଯାହା ଆଜି ସୁଦ୍ଧା ବିସ୍ଥାପିତଙ୍କୁ ମିଳିପାରିନି। କେବଳ ସେତିକି ନୁହେଁ ଯେଉଁ ବିସ୍ଥାପିତ ପରିବାର ସରକାରୀ ଜମିରେ ଘର କରିଛନ୍ତି ସେମାନଙ୍କୁ ଘରଡ଼ିହ ପଟ୍ଟା ମିଳିପାରୁନି। ଭିଟାମାଟି ହରାଇଥିବା ବିସ୍ଥାପିତ ଆଜି ମଧ୍ୟ ମୌଳିକ ଅଧିକାର ପାଇଁ ଲଢ଼େଇ କରୁଛନ୍ତି । ଜଳଭଣ୍ଡାର ବିଚ୍ଛିନ୍ନାଞ୍ଚଳରେ ରହୁଥିବା ତେନ୍ତୁଳିଖୁଣ୍ଟି ବ୍ଲକର ୫ଟିଗାଁ ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିଣିପୁଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଗ୍ରାମବାସୀ ନାହିଁନଥିବା ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତଳଙ୍ଗଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ଜଳଭଣ୍ଡାର ପାଣିକୁ ପିଉଛନ୍ତି । ସମସ୍ତଙ୍କୁ ରାସନକାର୍ଡ ମିଳିନି। ପୂର୍ବରୁ ୩୫ ପରିବାର ରହୁଥିବା ବେଳେ ଧୀରେ ଧୀରେ ପରିବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି! ଗ୍ରାମର କୃଷ୍ଣ ମୁଦୁଲି, ରାମଦାସ ମୁଦୁଲି, ଯୁଧିଷ୍ଠିର କମାର, ଇଶ୍ଵର ନାୟକ, ସୀତାରାମ ମୁଦୁଲିଙ୍କ ଭଳି ୧୦ଜଣଙ୍କୁ ରାସନକାର୍ଡ ମିଳିନି। ୫ଟି ଗାଁକୁ ମୋଟର ବୋଟ ଚାଲୁନଥିବାରୁ ଦେଶୀ ଡଙ୍ଗା ହିଁ ନିର୍ମାଣ ଯାତାୟାତର ମ ।ଧିମ ପ୍ରକଳ୍ପ ସମୟରେ ଓ ଦଳ ଚାଷୀ ରାଜନୈତିକ ଆନ୍ଦୋଳନ କରିବା ପରେ ସରକାର ହାର୍ଜା କମିଶନ ଗଠନ କରିଥିଲେ। କମିସନଙ୍କ ନିର୍ଦ୍ଦେଶର ୪୦ବର୍ଷ ପରେ ଚାଷୀଙ୍କ ପାଇଁ ଭୂତଳଜଳସେଚନ ବ୍ୟବସ୍ଥା ସହ ତୁରୀ-ଗୁନଥାଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।




Post a Comment

Previous Post Next Post
Loading...

Breaking News

Political News
Politics News is Loading...