ଟ୍ରାକ୍ଟର ଓଲଟି କୋଡିଏ ରୁ ଉର୍ଦ୍ଧ ଆହତ |


ମାଥ୍‌ଲି, ମାଲକାନଗିରି ଜିଲ୍ଲା ମାଥ୍‌ଲି ବ୍ଳକ ଅନ୍ତର୍ଗତ ପେରମାରାଶି ପଞ୍ଚାୟତ ଆକୁର ଗ୍ରାମରେ ପ୍ରତି ବର୍ଷ ମଣ୍ଡେଇ ଯାତ୍ରା ହୁଏ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଜନ ସାଧାରଣ ଏହି ଯାତ୍ରାରେ ଯୋଗ ଦେଇଥାନ୍ତି । ମଣ୍ଡେଇ ଯାତ୍ରା ବଡ଼ ଧୁମଧାମରେ ପାଳିତ ହୋଇଥାଏ । ମଣ୍ଡେଇ ଯାତ୍ରାରେ ଯୋଗ ଦେବା ପାଇଁ ମହୁପଦର ଗ୍ରାମର ଦୁରୁଆ ନାଚ ଦଳ ଆକୁର ଗ୍ରାମକୁ ଏକ ଟ୍ରାକ୍ଟର ରେ ପ୍ରାୟ ୨୦ ଜଣ,ମହିଳା ଓ ପୁରୁଷ ବସି ଯାତ୍ରା ଆସୁଥିଲେ । ଟ୍ରାକ୍ଟର ରେ ଅତ୍ୟଧୂକ ଲୋକ ବସି ଥିବା ଯୋଗୁଁ ପେରମାରାଶି ପାଖରେ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଲା । ଟ୍ରାକ୍ଟରରେ ବସିଥ‌ିବା ସମସ୍ତେ ଛିଟିକି ପଡ଼ିଥିଲେ । କାହାର ହାତ ଭାଙ୍ଗିଛି ତ,କାହାଗୁଣ୍ଡ ଫାଟି ଯାଇଛି । ଖବର ପାଇ ଆଖ ପାଖ କିଛି ଗାଁ ଲୋକ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରି ମାଥୁଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପାଇଁ ଭର୍ତି କରାଯାଇଥିଲା । ତହିଁ ମଧ୍ୟରୁ ତିନି ଜଣ ବବି ନାୟକ(୧୪),ଟୁକୁଡୁ ଦୁରୁଆ(୪୫),ସମନାଥ ଦୁରୁଆ(୧୬)ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଶଙ୍କଟାପର୍ଶ୍ଵ ଥୂବାରୁ ସେମାନଙ୍କୁ କୋରାପୁଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନତରିତ କରାଯାଇଛି। ଗୀତାଞ୍ଜଳି ଦାରୁଆଙ୍କ ଅବସ୍ଥା ଜଟିଳ ଥୂବାରୁ ମାଲକାନଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ନାନାନ୍ତରିତ କରାଯାଇଛି । ଅନ୍ୟ କେତେ ଆହତ ଙ୍କୁ କୋରାପୁଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯିବାର ସମ୍ଭାବନା ଦେଖା ଯାଉଛି ।


ଗୋବିନ୍ଦ ତ୍ରିପାଠୀ,ମ।ଲକ।ନଗିରି



Post a Comment

Previous Post Next Post
Loading...

Breaking News

Political News
Politics News is Loading...