ଭୁଲ ଇଞ୍ଜେକ୍ସନ ନେଇ ପାଗଳ ପାଲଟି ଗଲେ ୨୮ବର୍ଷୀୟା ଯୁବକ


ଉମରକୋଟ : ବେଳେବେଳେ ଅସାବଧାନତା ଓ ଭୂଲ ଇଞ୍ଜେକ୍ସନ ଯୋଗୁଁ ଅନେକ ରୋଗୀ ପ୍ରାଣ ହର।ଇଥ‌ିବା ଖବର ଗୁଡିକ ଖବର କାଗଜ  ଗୁଡିକର ଶୀର୍ଷକ ପାଲଟିଥିବା ବେଳେ ଆଜି ନବରଙ୍ଗପୁର ଜିଲ୍ଲାରେ ର ପୁଣି ତାର ପୁନରାବୃତି ହୋଇଥିବା  ଦେଖ‌ିବାକୁ ମିଳିଛି । ଏହି ପ୍ରସଙ୍ଗରେ ନିଜେ ଡାକ୍ତର ଇଞ୍ଜେକ୍ସନ ଦେଇନାହାନ୍ତି । ଦେଇଛନ୍ତି ମେଡିକାଲରେ କାମ କରୁଥିବା ଜଣେ ଝାଡ଼ୁଦାର । ଝାଡ଼ୁଦାର ଇଞ୍ଜେକ୍ସନ ଦେବାର କିଛି କ୍ଷଣ ଭିତରେ ଇଞ୍ଜେକ୍ସନ ନେଇଥିବା ବ୍ୟକ୍ତି ଜଣକ ପାଗଳ ପାଲଟି ଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ସଦର ମହକୁମାରେ ଥିବା ଆରୋଗ୍ୟ ମନ୍ଦିରକୁ ଉକ୍ତ ଗ୍ରାମରରାଧେଶ୍ୟାମ ସରକାର ନାମକ ୨୮ବର୍ଷୀୟ ବ୍ୟକ୍ତି ନିଜ ଦେହର ସୁଗାର ଲେବେଲ ଚେକ କରେଇବା ଉଦେଶ୍ୟରେ ଆସିଥିଲେ । ସେତେବେଳେ ଆରୋଗ୍ୟ ମନ୍ଦିରରେ ନା ଡାକ୍ତର ଥିଲେ ନା କମ୍ପାଉଣ୍ଡର ଥିଲେ । ଉକ୍ତ ଆରୋଗ୍ୟ ମନ୍ଦିରର ସଫାସୁତରା କରୁଥିବା ଜଣେ ଝାଡ଼ୁଦାର ସେଠାରେ ଉପସ୍ଥିତ ରହିଥିଲେ । ରାଧେଶ୍ୟାମକୁ ଦେଖୁ କଣ ହୋଇଛି ବୋଲି ପଚାରିବାରୁ ରାଧେଶ୍ୟାମ ତାଙ୍କ ସମସ୍ୟା ଝାଡ଼ୁଦାରକୁ ଜଣେଇଥିଲେ । ପରେ ସେ ଗୋଟେ ଇଞ୍ଜେକ୍ସନ ବାହାର କରି ରାଧେଶ୍ୟାମ ବାହୁରେ ପୁରେଇ ଦେଇଥିଲେ । 

ଇଞ୍ଜେକ୍ସନ ନେବାର କିଛି କ୍ଷଣ ମଧ୍ୟରେ ହିଁ ଇଞ୍ଜେକସନ ତାର ପ୍ରଭାବ ଦେଖେଇବା ଆରମ୍ଭ କରିଦେଇଥିଲା  ରାଧେଶ୍ୟାମ ପାଗଳ ଙ୍କ ଭଳି କାର୍ଯ୍ୟ ସବୁ କରିବା ସହିତ ଇଆଡ଼େ ସିଆଡେ ଧାଇଁ ବୁଲିଲେ । ପରେ ପରିବାର ଲୋକ ରାଧେଶ୍ୟାମକୁ ଘରକୁ ନେଇ କିଛି ଘଣ୍ଟା ଧରି ବିଶ୍ରାମ କରେଇବା ପରେ ବର୍ତମାନ ରାଧେଶ୍ୟାମଙ୍କ ସ୍ଥିତିରେ କିଛିଟା ସୁଧାର ଆସିଛି । ତେବେ ଜଣେ ଝାଡ଼ୁଦାରକୁ ରୋଗୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବା, ବାଟିକା ଓ ଇଞ୍ଜେକ୍ସନ ଦେବା ପାଇଁ ଅନୁମତି ଦେଲା କିଏ ? ଯଦି ଡାକ୍ତରଙ୍କ କାମ ଯଦି ଆରୋଗ୍ୟ ମନ୍ଦିରରେ ପୋଛା ଲଗାଉଥିବା ବ୍ୟକ୍ତି ଓ ମହିଳା ମାନେ କରିବେ, ତେବେ ଯଦି କାହାର ମୃତ୍ୟୁ ଘଟେ, ତେବେ ଉକ୍ତ ମୃତ୍ୟୁ ପାଇଁ ଦାୟି କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ଘଟଣା ସମ୍ପର୍କରେ ଉକ୍ତ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଥିବା ଡାକ୍ତରଙ୍କୁ ପଚାରିବାରୁ ସେ ଝାଡ଼ୁଦାର ଭୁଲ କରିଥିବା ସ୍ୱୀକାର କରିଛନ୍ତି ସତ ହେଲେ ତା ଉପରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଅନ୍ୟପକ୍ଷେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଜନସାଧାରଣ ଉକ୍ତ ଆରୋଗ୍ୟ ମନ୍ଦିରକୁ ଯିବାକୁ ଭୟ କରୁଛନ୍ତି ଓ ଉକ୍ତ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅନ୍ୟତ୍ର ବଦଳି ବି ଦାବୀ କରିଛନ୍ତି । ଠିକ ସେହିପରି ଝାଡ଼ୁଦାର ଉପରେ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ କାର୍ଯ୍ୟରୁ ହଟେଇବା ପାଇଁ ଦାବୀ ଜୋର ଧରିଛି ।




Post a Comment

Previous Post Next Post
Loading...

Breaking News

Political News
Politics News is Loading...