ନବରଙ୍ଗପୁର,୬/୪: ନବରଙ୍ଗପୁର
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଭୀରନଳକୂପ ଖୋଳାଯିବା ସହ ଏକାସାଙ୍ଗରେ ୧୫ଶହ ଲିଟରର ୪ଟି ପାଣି ଟାଙ୍କି ବି ସ୍ଥାପନ କରାଯାଇଛି। ଏନେଇ ଖବର ବିସ୍ତୃତ ରିପୋର୍ଟ ଗତ ମାସରେ ପ୍ରକାଶ ପାଇଥିଲା । ଏହା ପରେ ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଗ୍ନିନିରାପତ୍ତା ଚିନ୍ତା ଦେଖାଦେଇଥିଲା। କୋରାପୁଟଠାରୁ ଜିଲ୍ଲା ଅଲଗା ହେବା ଦୀର୍ଘ ୩୪ବର୍ଷ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଗ୍ନିନିରାପତ୍ତା ବ୍ୟବସ୍ଥା ଆରମ୍ଭହୋଇଛି। ଅପରପକ୍ଷରେ ଦୀର୍ଘ ୩୪ବର୍ଷ ହେବ ଏହି କାର୍ଯ୍ୟାଳୟକୁ ଆବଶ୍ୟକ ପଡୁଥିବା ସମସ୍ତ ପାଣି ଜିଲ୍ଲାପାଳଙ୍କ ଆବାସରୁ ପାଇପ ଯୋଗେ ଆସୁଥିଲେ ।
କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ | ନବରଙ୍ଗପୁରରେ ଥିବା ପ୍ରମୁଖ ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଜିଲ୍ଲାପରିଷଦ, ଉପଜିଲ୍ଲାପାଳ, ପିଏଆଇଟିଡିଏ, ବନଖଣ୍ଡଅଧିକାରୀ, ଗ୍ରାମ୍ଯ ଜଳଯୋଗାଣ ବିଭାଗ, ପୂର୍ତ୍ତବିଭାଗ, ଗ୍ରାମ୍ୟବିଭାଜନ, ଜିଲ୍ଲାମୁଖ୍ୟଚିକିତ୍ସାଳୟ, ସିଡିଏଓ, ସିଏସଓ ଏଭଳି ୩୦ରୁ ଉର୍ଦ୍ଧ୍ଵ ଛୋଟ ବଡ କାର୍ଯ୍ୟାଳୟ ରହିଛି। ପ୍ରତ୍ଯେକ କାର୍ଯ୍ୟାଳୟରେ ଶତାଧିକ କର୍ମଚାରୀ କାମ କରୁଥିବାବେଳେ ଜିଲ୍ଲାସ୍ତରୀୟ ମଧ୍ୟ ରହିଛି। ସବୁ କାଗଜପତ୍ର ମଧ୍ଯ ଏହା ସହ ସରକାରୀ ସଭାଗୃହ ଗୁଡିକରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ଥିବାବେଳେ ସେଠାରେ ମଧ୍ୟ ବ୍ୟବସ୍ଥିତ କରାଯିବ ବୋଲି ଜଣାପଡିଛି। ସରକାରୀ କୋଠାଗୁଡ଼ିକ ଏକ ଆପତ୍ତା ପ୍ରମାଣ ପତ୍ର ପାଇବା ଏବଂ ନିୟମିତ ଅଗ୍ନି ନିରାପତ୍ତା ଅଡିଟ୍ କରାଯିବ ବୋଲି ଜଣାପଡିଛି। ରେକର୍ଡ ରୁମ୍ ଯେଉଁଠାରେ ଅମୂଲ୍ୟ ଡକ୍ୟୁମେଣ୍ଟ ସଂରକ୍ଷିତ ରଖାଯାଏ, ସର୍ଭେ ରୁମ୍ ଏବଂ ୟୁପିଏସ୍ ରୁମ୍ରେ ସିଓ୨ ଏଫଏମ ୨୦୦ ଆଧାରିତ ମୋଟ ବନ୍ୟା ପ୍ରଣାଳୀ ଧୂଆଁ ତାପ ସେନ୍ସରରେ କାର୍ଯ୍ୟ କରିବା ଆଶା କରାଯାଉଛି। ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକରେ ତୁରନ୍ତ ଅଗ୍ନିନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶକର।ଯ।ଉଛି ।
Post a Comment