ମୃତଦେହ ଫେରେଇ ଆଣିବାରେ ବ୍ଲକ ଅଧ୍ଯକ୍ଷଙ୍କ ହସ୍ତକ୍ଷେପକୁ ସବୁଆଡୁ ପ୍ରଶଂସା

 କଳାହାଣ୍ଡି : ୧୦/୪  : ଗୋବିନ୍ଦା ତ୍ରିପାଠୀ 


ଗୋଲ।ମୁଣ୍ଡ।   ବ୍ଲକ ଅନ୍ତର୍ଗତ ମହାଳିଙ୍ଗ ଗ୍ରାମର ର ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର  ମୃତଦେହକୁ ଫେରାଇ ଆଣିବାକୁ ଅସମର୍ଥ ଥିବାବେଳେ, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ସହାୟତାର ହାତ ବଢ଼ାଇଛନ୍ତି ।ଏହି ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ତାଙ୍କର ମାନବିକତା ଏବଂ ସେବା ମନୋଭାବକୁ ପ୍ରତିପାଦିତ କରିଛି । ସୂଚନାମତେ, ମହାଲିଙ୍ଗ ଗ୍ରାମର ଲିଙ୍ଗରାଜ ଅଘରିଆ (୩୫) ନାମକ ଜଣେ ଯୁବକ ଏକ ସଡ଼କ ଦୁର୍ଘଟଣା ର ଶିକାର ହୋଇ ଗୁରୁତର ଅବସ୍ଥାରେ ରାୟପୁର ସ୍ଥିତ ଏକ ଘରୋଇ ଚିକିତ୍ସାଲୟରେ ଚିକିତ୍ସିତ ହେଉଥିଲେ । ଗତକାଲି ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ ଅବସ୍ଥାରେ ଉକ୍ତ ଯୁବକଙ୍କ ଦେହାନ୍ତ  ହୋଇଥିଲା । ତ।ଙ୍କ ମୃତଦେହକୁ ତାଙ୍କ ବାସସ୍ଥାନ ମହାଳିଙ୍ଗ କୁ ଫେରାଇ ଆଣିବା ପାଇଁ ଆର୍ଥିକ ଅବସ୍ଥା ନଥିଲ। 





ଏପରି ଏକ ସମ୍ବେଦନଶୀଳ ସମୟରେ, ପରିବାରଟି ଅସହାୟ ଅବସ୍ଥାରେ ଥିଲା । ଏନେଇ ଉକ୍ତ ଯୁବକଙ୍କ ପରିବାର ଲୋକେ ସୋସିଆଲ ମେଡିଆ ରେ ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇବା ପାଇଁ ବ୍ଲକ ଅଧ୍ୟକ୍ଷ ଓ ଜୁନାଗତ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖବର ପାଇବା ପରେ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ପରିବାର ସହିତ ଯୋଗାଯୋଗ କରିଥିଲେ । ସେ କେବଳ ସମବେଦନା ଜଣାଇ ନଥୂଲେ, ବରଂ ମୃତଦେହକୁ ଫେରାଇ ଆଣିବା ପାଇଁ ତୁରନୁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ । ଶ୍ରୀ ମହାନନ୍ଦ ନିଜେ ଏହି ପ୍ରକ୍ରିୟାର ତଦାରଖ କରିଥିଲେ ଏବଂ ଆବଶ୍ୟକ ପାଣ୍ଠି ଯୋଗାଇବାରେ ସହାୟତା କରିଥିଲେ, ଯାହାଦ୍ବାରା ମୃତଦେହକୁ ସମ୍ମାନର ସହିତ ତାଙ୍କ ଗାଁକୁ ଫେରାଇ ଅଣାଯାଇପାରିଲା ।ତାଙ୍କର ଏହି କାର୍ଯ୍ୟ ଗୋଲାମୁଣ୍ଡା ବ୍ଲକବାସୀଙ୍କ ମଧ୍ୟରେ ପ୍ରଶଂସାର ପାତ୍ର ହୋଇଛି । ସେ ଦୁଃଖରେ ଥ‌ିବା ପରିବାର ପାଇଁ ଏକ ଆଶାର ଆଲୋକ ଭାବରେ ଉଭା ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିମାନଙ୍କୁ ସମାଜର ଦୁର୍ବଳ ବର୍ଗଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି । ବ୍ଲକ ଅଧ୍ଯକ୍ଷ ବିନ୍ଦୁ ମହାନନ୍ଦଙ୍କ ଏହି ମହାନ କାର୍ଯ୍ୟ ସମାଜରେ ସହଯୋଗ ଏବଂ ମାନବିକତାର ଏକ ଉଚ୍ଛୁଳ ଉଦାହରଣ ସୃଷ୍ଟି କରିଛି ।

Post a Comment

Previous Post Next Post
Loading...

Breaking News

Political News
Politics News is Loading...