ମା'ଙ୍କ ଧୌର୍ଯ୍ୟ ଏବଂ ସାହସକୁ ସଲାମ୍🙏
- Jananitv_Editor
- Jul 3
- 1 min read
ଚିକିତ୍ସା ପାଇଁ ସ୍ବାମୀଙ୍କୁ ନେଇ ପହଞ୍ଚିଥିଲେ କଟକ ଏସସିବି କୁନି ପୁଅକୁ ସାଙ୍ଗରେ ଧରି । ଦୀର୍ଘଦିନ ଚିକିତ୍ସା ପରେ ସ୍ଵାମୀ ସେଠାରେ ମୃତ୍ୟୁ ବରଣ କଲେ, ସ୍ଵେଚ୍ଛାସେବୀଙ୍କ ସହଯୋଗ କ୍ରମେ ନିକଟସ୍ଥ ଶ୍ମଶାନରେ ତାଙ୍କ ସ୍ଵାମୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେଲା । ଜୁଇରେ ନିଆଁ ଦେଇ ଛାତିକୁ ପଥର କରି ଏକ ମୁହାଁ ହୋଇ ପୁଅକୁ ଧରି ଫେରୁଥିବାର ଏ ଦୃଶ୍ୟ ଖୁବ୍ ହୃଦୟ ବିଦାରକ ଥିଲା।
କିନ୍ତୁ ସବୁ ପରେ ତାଙ୍କ ପଥର ହୃଦୟ ଭିତରେ ଭରି ରହିଥିବା ଅସୀମ ଧୌର୍ଯ୍ୟ ଓ ସାହସକୁ ସଭିଏଁ ଅନୁଭବ କରିପାରିବେ ନିଶ୍ଚିତ।
ନାରୀ ନୁହଁ ସେ ନାରାୟଣୀ..🙏
Comments