ରେମୁଣା ରେ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ
- Jananitv_Editor
- Jul 9
- 1 min read
ରେମୁଣା ତା 09/07/2025 ରିଖ ବୁଧୁବାର ସତର ଦଫା ଦାବି
ଉପରେ ଦେଶ ବ୍ୟାପୀ ଧର୍ମଘଟ ପାଇଁ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ଓ ସ୍ୱାଧୀନ କର୍ମଚାରୀ ଫେଡ଼ରେସନ ମିଳିତ ମଞ୍ଚ ପକ୍ଷରୁ 24ଘଣ୍ଟିଆ ବନ୍ଦ ରେମୁଣା ରେ ସିପିଏମ ତରଫରୁ ସମର୍ଥନ କରି ବିଭିନ୍ନ ଶିଳ୍ପନୁଷ୍ଠାନ ମାନଙ୍କରେ ଓ ରେମୁଣା ବଜାର ବନ୍ଦ କରାଯାଇଥିଲା. ଦର ବୃଦ୍ଧିରୋକିବା, ନିଯୁକ୍ତିର ସୁଯୋଗ, ସର୍ବନିମ୍ନ ମଜୁରୀ 26000,ମାସିକ ପେନସନ 9000, ସମ୍ବିଧାନ, ଗଣତନ୍ତ୍ର ସୁରକ୍ଷା, ଶ୍ରମ କୋଡ଼ ବାତିଲ, ଶ୍ରମିକ ଛଟାଇ ବନ୍ଦ,ରାଷ୍ଟ୍ରୟତ ସମ୍ପଦ ର ସୁରକ୍ଷା, ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଓ ସାମାଜିକ ସୁରକ୍ଷା, ଚାଷୀ ଫସଲ ର ଏମ ଏସ ପି କୁ ଆଇନ ଗତ ଗେରେଣ୍ଟି, ଦାଵି ଉପରେ ସିଟୁ ଓ ସିପିଏମ ତରଫରୁ ବନ୍ଦ କରି ଦୋକାନ, ବଜାର, ଅଫିସ ଦପ୍ତର,ଚକ ଅକ୍ଷ, କଳ କାରଖାନା, ସ୍କୁଲ କଲେଜ, ବାଣିଜ୍ୟ ଅନୁଷ୍ଠାନ ବନ୍ଦ ରଖି ଥିଲେ ଏଥିରେ ଶ୍ରମିକ ନେତା ପ୍ରଦୀପ୍ତ ପଣ୍ଡା, ପ୍ରେମରଞ୍ଜନ ପାତ୍ର, ଗୋପୀନାଥ ଦାସ, ପଦ୍ମ ଲୋଚନ ନାୟକ, ଅତୁଲ ଜେନା, ମହେଶ ପାତ୍ର, ଭବାନନ୍ଦ ସତପଥି, ସୁବ୍ରତ ପଣ୍ଡା, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ପ୍ରଶାନ୍ତ ଦାସ, ହରେ କୃଷ୍ଣ ବିନ୍ଧାଣୀ, ପ୍ରଭାକର ବେହେରା, ହରପ୍ରିୟା ଜେନା, ପ୍ରଶ୍ନନ ଷଡ଼ଙ୍ଗୀ, ଅକ୍ଷୟ ରଣା,ସୁଦର୍ଶନ ଆଚାର୍ଯ୍ୟ, ପ୍ରଦୀପ୍ତ କର, ସିକନ୍ଦର ଖାଁ,ସୁଦର୍ଶନ ବେହେରା, ବିରେନ୍ଦ୍ର ସିଂ, ରାମ ଚନ୍ଦ୍ର ପ୍ରଧାନ,ମଣ୍ଟୁ ନାୟକ, ଅଜମତ ଖାଁ, ଅଲିଯାନ ଖାଁ,ଇଦ୍ରୀସ ଖାଁ, ଅଜୟ ଦାସ, କିଶନ ଦାସ, ସହ ଶତାଧିକ ଉପସ୍ଥିତ ଥିଲେ।
Comments