ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ
- Janani TV_Offical
- Jul 13
- 1 min read
ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରି AIDSO ଓ AISF ପକ୍ଷରୁ ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ। ଏଥିସହିତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଶନିବାର ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟଡ ବିଇଡିର ଦ୍ବିତୀୟ ବର୍ଷ ଛାତ୍ରୀ ସୈ।ମ୍ୟାଶ୍ରୀ ବିଶି ଅଧ୍ୟାପକ ସମିର କୁମାର ସାହୁଙ୍କ ଅତ୍ୟାଚାର ସହି ନ ପାରି ଆତ୍ମହତ୍ୟା ହତ୍ୟା ଉଦ୍ୟମ କରିଥିଲେ।
ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଦେହର ୯୦ ପ୍ରତିଶତ ପୋଡିଯାଇଛି। ଭୁବନେଶ୍ବର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ହେଲେ ଏହି ଘଟଣା କାହିଁକି ଘଟିଲା? ଛାତ୍ରୀଙ୍କ ଅଭିଯୋଗର ତଦନ୍ତ କାହିଁକି କରାଯାଇନଥିଲା? ତଦନ୍ତ ବାଟବଣା ହେବାରୁ ଛାତ୍ରୀ ମାନସିକ ଭାବେ ଭାଙ୍ଗି ପଡିଥିଲେ। ଫଳରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଏହି ମହାବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଗିରଫ ସହ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ସଂଗଠନ। ଯଦି ଛାତ୍ରୀଙ୍କୁ ନ୍ୟାୟ ନ ମିଳେ ତେବେ ଆଗମୀ ଦିନରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି।
Comments