top of page

ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ ପକ୍ଷରୁ ଭିଟାମାଟି ହକ ପାଇଁ ଲଢେଇ.

ଆଦିବାସୀ ଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହର ନିକଟବର୍ତ୍ତୀ ଦାଣ୍ଡବୋଷ ଠାରେ ଏୟାରଷ୍ଟ୍ରିପ ସଂପ୍ରସାରଣ ତଥା ପୁରୁଣାପାଣି ଗ୍ରାମପଞ୍ଚାୟତରେ ରୁଙ୍ଗଟା କମ୍ପାନୀ ଦ୍ବାରା କଳକାରଖାନା ନାଁ ରେ ବହୁ ଘରଦ୍ବାର ବେସାହାରା କୁ ଅଛପା କରାଯାଇ ନ ପାରେ l ଏହି ନେଇ ରାଇରଙ୍ଗପୁର ସହରରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟୀ ଜିଲ୍ଲା ସଭାପତି ଭୂବନ ଚରଣ ସାହୁଙ୍କ ପରିଚାଳନାରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ କଚେରୀ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ l ସେଠାରେ କଗ୍ରେସ ଦଳୀୟ ବରିଷ୍ଠ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ସେମାନଙ୍କର ଦାବୀ ଗୁଡିକ ହେଲା: ୧) ଓଡିଶା ଭୂମି ଅନଧିକରଣ ଦଖଲ ନିବାରଣ ଅଧିନିୟମ ୧୯୭୨ ୬(୧) ଧାରା ଅନୁଯାୟୀ ଲୋକମାନଙ୍କୁ ୩୦ ଦିନ ମଧ୍ଯରେ ଜାଗାରୁ ହଟିଯିବା ପାଇଁ ନିର୍ଦ୍ଦେଶ ଦିଆଯିବା ସ୍ଥଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୋଲିସ ଫୋର୍ସ ଲଗାଇ ଘରକୁ ବୁଲଡୋଜର ଦ୍ବାରା ଭାଙ୍ଗି ଦିଆଗଲା l ୨) ଓଡିଶା ଜମି ଅଧିକରଣ ଆଇନ ୨୦୧୩ ଅନୁଯାୟୀ ଏହି ସଂପ୍ରସାରିତ ପ୍ରକଳ୍ପ ହେବାକୁ ଥିବା ସାମାଜିକ, ଆର୍ଥିକ ଏବଂ ପରିବେଶଗତ କ୍ଷତିର ଆକଳନ କରାଯାଇନାହିଁ l ୩) ଏହି ଗ୍ରାମ ସଂପୂର୍ଣ୍ଣ ଭାବରେ ସମ୍ବିଧାନର ପଞ୍ଚମ ଅନୁସୂଚିତ ଅଞ୍ଚଳ ତଥା ପେଶା ଆଇନ ପରିସର ଅଟେ l ଏହି ବ୍ଯବସ୍ଥା ଅନୁଯାୟୀ ଗ୍ରାମ ସଭାର ବିନା ଅନୁମୋଦନ କୌଣସି ପ୍ରକାର ଜମିଜମା ଉଚ୍ଚେଦ କିମ୍ବା ହସ୍ତାନ୍ତର କରାଯାଇପାରିବ ନାହିଁ l ଏଥିନିମନ୍ତେ ବିସ୍ତାବିତ ପରିବାରଙ୍କୁ ପୁନଃବାସ ଓ ଥଇଥାନ କରାଯାଉ l ପ୍ରତ୍ଯେକ ପରିବାରକୁ କ୍ଷତିପୂରଣ ବାବଦକୁ ଜମି ଏକର ପ୍ରତି କୋଟିଏ ଟଙ୍କା ଏବଂ ଘର ବାବଦକୁ ୨୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଉ l ଦାଣ୍ଡବୋଷ ( ପୁରୁଣାପାଣି ଗ୍ରାମପଞ୍ଚାୟତ) କୁ ଜାତୀୟ ଐତିହ୍ଯର ମାନ୍ଯତା ଦେଇ ସଂରକ୍ଷଣ ପ୍ରଦାନ କରାଯାଉ l ବେଆଇନ ଭାବରେ ଘର ଭାଙ୍ଗିଥିବା ଅଧିକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ କରାଯାଉ l ଏହାପରେ ସ୍ଥାନୀୟ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନଙ୍କୁ ଜିଲ୍ଲାପାଳ ଉଦ୍ଦେଶ୍ଯରେ ଦାବୀପତ୍ର ପ୍ରଦାନ କରିଥିଲେ l ଉପଜିଲ୍ଲାପାଳ ଏହାକୁ ହୁଦୟଙ୍ଗମ କରି ସୁବ୍ଯବସ୍ତିତ କିପରି କରାଯାଇପାରିବ ପ୍ରତିଶୁତି ଦେଇଥିଲେ l ଏଥିରେ ପୂର୍ବତନ ସାଂସଦ ଶୁଶିଳା ତିରିଆ, ପୂର୍ବତନ ବିଧାୟକ ଶ୍ଯାମଚରଣ ହାଁସଦା, ଲକ୍ଷ୍ମଣ ମାଝୀ , ପ୍ରହଲ୍ଲାଦ ପୂର୍ତ୍ତୀ, ବିଧାୟକ ପ୍ରାର୍ଥୀ କ୍ଷୀରୋଦ ଚନ୍ଦ୍ର ପାତ୍ର, ଜଗେନ୍ଦ୍ର ବାନରା, ପିସିସି ମେମ୍ବର ନାରାୟଣ ମହାପାତ୍ର, ହେଲେନା ବାଗେ, କଂଗ୍ରେସ କର୍ମୀ କୌଶିକ କାଶ୍ଯପ ମହାନ୍ତି, ଭଜହରି ମହାନ୍ତ, ରୂପକ ମହାନ୍ତି, ଅଶୋକ ଅଗ୍ରୱାଲ, ମାନସିଂ ସୋରେନ, ଲଳିତ ମୋହନ ମହାନ୍ତ, ମନୋଜ କୁମାର ନାୟକ, ଅମର ମହାନ୍ତ, ରାଇସେନ ସୋରେନ, କାହ୍ନୁଚରଣ ବାସ୍କେ, ଏସଟି ମୋର୍ଚ୍ଚା ଜିଲ୍ଲା ସଭାପତି ଲକ୍ଷ୍ମୀଧର ସିଂ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କିରଣ ବାଲ୍ମିକୀ, ପୂର୍ବତନ ସାଂସଦ ଶ୍ଯାମସୁନ୍ଦର ହାଁସଦାଃ, ବିଧାୟକ ତଥା ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ବରିଷ୍ଠ କଂଗ୍ରେସ ନେତା ଭାଗିରଥୀ ପାତ୍ର ଓ ଏମଡି ଇତେଖାବ ଆଲାମ ପ୍ରମୁଖଙ୍କ ସହିତ ବହୁ ବିସ୍ତାବିତ ପରିବାର ଯୋଗ ଦେଇଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ


1 Comment


Janani TV_Offical
Janani TV_Offical
Jun 15, 2025

Nice One

Like

Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page