top of page

ଶ୍ରୀମଦ ଭାଗବତ ଗାଦି ମନ୍ଦିର ପୁନଃ ସ୍ଥାପନ

ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ କୁଚେଇବୁଢୀ ଠାରେ ଥିବା ଶ୍ରୀମଦ ଭାଗବତ ଗାଦି ମନ୍ଦିରକୁ ସ୍ଥାପନ କରାଯାଇଛି l ଗତ ଜୁନ ୨୯ ତାରିଖ ଅଙ୍କୁରାରୋପଣ, ଜୁନ ୩୦ ତାରିଖ ଘଟ ଉତ୍ତୋଳନ, ମଣ୍ଡଳକରଣ, ଯଜ୍ଞ ପୂଜା ଆରମ୍ଭ, ଜୁଲାଇ ୧ ତାରିଖ ଯଥାବିଧି ଯଜ୍ଞ କର୍ମାଣି ହୋଇ ଜୁଲାଇ ୨ ତାରିଖ ପୂର୍ଣ୍ଣାହୁତି ହୋଇଥିଲା l ଏଥିରେ କର୍ତ୍ତାକର୍ତ୍ତୀ ଭାବେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଓ ତାଙ୍କ ଧର୍ମପଚ୍ନୀ ଯଜ୍ଞ କାଣ୍ଡ ଉପବେସନ କରିଥିଲା ବେଳେ ପଣ୍ଡିତଗଣ ଶ୍ରୀନିବାସ ପତି, ନାରାୟଣ ପତି ଓ ନିର୍ମଳ ଚନ୍ଦ୍ର କର ବେଦମନ୍ତ୍ରରେ କୁଚେଇବୁଢୀ ଗ୍ରାମ ମୁଖରିତ ହୋଇଥିଲା l ଉକ୍ତ ଭାବମୟ ଓ ଭକ୍ତିମୟ ପରିବେଶରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ମନ୍ଦିର କମିଟୀ ପକ୍ଷରୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

ree

Comments


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page