top of page

ରାଇରଙ୍ଗପୁରରେ ୩୮ତମ ରଥଯାତ୍ରା ର ରଥଟଣା ସମ୍ପନ୍ନ

ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରର ପ୍ରସିଦ୍ଧ ୩୮ତମ ରଥଯାତ୍ରାର ରଥଟଣା ମହାସମାରୋହରେ ୫୦ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ମଧ୍ଯରେ ସମ୍ପନ୍ନ ହୋଇଯାଇଛି l ପ୍ରଥମ ଦିନରେ ପୁରୁଷମାନେ ରଥଟାଣି ଥିବା ବେଳେ ଦ୍ବିତୀୟ ଦିନରେ ମହିଳାମାନେ ରଥ ଟାଣିଥିଲେ l ରଥଯାତ୍ରା ପାଇଁ ରାଇରଙ୍ଗପୁର ସହର ଉତ୍ସବ ମୁଖର ହୋଇ ଉଠିଛି ଓ ସହରର ବଡଦାଣ୍ଡ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି l ପହଣ୍ଡି ସମୟରେ ଦୁଇ ଝିଅଙ୍କ ମାହାରୀ ଓଡିଶୀ ପରିବେଷଣ ଉପସ୍ଥିତ ଭକ୍ତଙ୍କ ମନ ମୋହିଥିଲା l ମୁଖ୍ଯ ପୂଜକ ଦେବବ୍ରତ ରଥ ମହାପାତ୍ର ଓ ସାଥୀ ପୂଜକଙ୍କ ସହ ସମସ୍ତ ନୀତିକ୍ରାନ୍ତି, ହୋମ ଯଜ୍ଞ କରିଥିଲେ l ଘଣ୍ଟବାଦ୍ଯ ହୁଳହୁଳି ଧ୍ବନି ମଧ୍ଯରେ ତିନି ଜୀଉ ଧାଡି ପହଣ୍ଡି ହୋଇ ରଥଋଢ ହେବା ପରେ ଅପରାହ୍ନରେ ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଛେରାପହଁରା କଲା ପରେ ରଥଟଣା ଆରମ୍ଭ ହୋଇଥିଲା l ରାଇରଙ୍ଗପୁରର ୩୮ତମ ରଥଯାତ୍ରାର ରଥଟଣା ସମୟରେ ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନ, ସାଂସଦ ଓ ରଥଯାତ୍ରା କମିଟିର ଅଧ୍ଯକ୍ଷ ନବଚରଣ ମାଝୀ, ବିଧାୟକ ଜଲେନ ନାଏକ, ନବୀନ ରାମ, ସଞ୍ଜୀବ ମହାନ୍ତି, ଅତିରିକ୍ତ ଏସପି ଯଦୁନାଥ ଜେନା, ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ସମେତ ପୁଲିସ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ଏହାସହ ପୂର୍ବତନ ବିଧାୟକ ରାଜ କିଶୋର ଦାସ, ପ୍ରତିନନ୍ଦା କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ l ଏହି ରଥଟଣା ସମୟରେ ସାହିତ୍ଯିକ ରଞ୍ଜନ କୁମାର ନନ୍ଦ, ନିଗମାନନ୍ଦ ପଟ୍ଟନାୟକ, ବିଜୟ ରାମ, ଲଳିତ ମହାନ୍ତ ତଥା ଅନ୍ଯମାନେ ଧାରା ବିବରଣୀ ପ୍ରଦାନ କରିଥିଲେ l ଦ୍ବିତୀୟ ଦିବସରେ ମହିଳାମାନେ ରଥଟାଣି ମାଉସୀମା ମନ୍ଦିର ପର୍ଯ୍ଯନ୍ତ ରଥ ଟାଣିଥିଲେ l ଏହାପରେ ତିନି ଠାକୁରଙ୍କୁ ରଥରୁ ଓହ୍ଲାଇ ଧାଡି ପହଣ୍ଡି କରାଯାଇ ଆଡପମଣ୍ଡପକୁ ବିଜେ କରାଯାଇଥିଲା l ଏହି ଅବସରରେ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଅନ୍ନ ପ୍ରସାଦ, ସର୍ବତ ଓ ଜଳ ବଣ୍ଟନ କରିଥିଲେ l

ree

 
 
 

Recent Posts

See All

Comments


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page