top of page

ରାଇରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଜନଗହଳି

Date: 27 June-2025 : ମୟୂରଭଞ୍ଜ ଜିଲ୍ଲାର ଦ୍ବିତୀୟ ବୁହତ୍ତମ ସହର ରାଇରଙ୍ଗପୁର ରେ ଚଳିତ ବର୍ଷ ପୁଥିବୀ ପ୍ରସିଦ୍ଧ ରଥଯାତ୍ରାର ପୂର୍ବଦିନ ପବିତ୍ର ନେତ୍ରୋତ୍ସବରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଜନଗହଳି ଦେଖାଯାଇଥିଲା l ପବିତ୍ର ମହା ସ୍ନାନପୂର୍ଣ୍ଣିମା ପରେ ୧୫ ଦିନ ପାଇଁ ନିଜ ଭବନରେ ଶ୍ରୀ ଠାକୁରଙ୍କୁ ଜ୍ବର ହେବା ସକାଶେ ଉପଚାର କରାଯାଇଥିଲା l ଭକ୍ତ ମାନେ ତାଙ୍କ ରୂପ ଦର୍ଶନ କରିପାରି ନଥିଲେ l ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ଯ ପୁରୋହିତ ଦେବବ୍ରତ ରଥ ମହାପାତ୍ରଙ୍କ ଦ୍ବାରା ମନ୍ଦିରର ନୀତିକ୍ରାନ୍ତି ପରେ ଶ୍ରୀ ଠାକୁରଙ୍କ ନବ ଯୌବନ ରୂପ ବେଶ କୁ ଭକ୍ତଗଣ ଦର୍ଶନ କରିଥିଲେ l ଉକ୍ତ ଅବସରରେ ରଥ ଉପରେ ନେତ ବସାଯାଇଥିଲା l ଆସନ୍ତାକାଲି ରଥଯାତ୍ରା ପାଇଁ ରଥ ପ୍ରସ୍ତୁତ ସହିତ ପଥ ପ୍ରସ୍ତୁତ ହୋଇଛି l ରାଇରଙ୍ଗପୁର ସହରର ଚାରିଆଡ ପରିଷ୍କାର ପରିଚ୍ଚନ୍ନ ସହ ଆଲୋକମାଳାରେ ସୁସଜ୍ଜିତ ଦେଖାଯାଉଛି l ଏହି ଉପଲକ୍ଷେ ମୀନା ବଜାର ଓ ଅଜନ୍ତା ସର୍କସ ମଧ୍ଯ ସଜେଇ ହେଉଛି l ପ୍ରତିବର୍ଷ ପରି ଏବର୍ଷ ମଧ୍ଯ ରାଇରଙ୍ଗପୁର ରଥଯାତ୍ରାରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମର ସମ୍ଭାବନା ରହିଛି l ପୁଣି ରଥଯାତ୍ରା ପାଇଁ ଆସନ୍ତାକାଲି ୧୦ ଟା ୩୦ ମିନିଟରେ ଧାଡି ପହଣ୍ଡିର ତିନି ଠାକୁର ଓ ସୁଦର୍ଶନ ଦେବଙ୍କୁ ରଥାରୁଢ କରାଯିବ ଏବଂ ୪ଟା ୩୦ ମିନିଟରେ ଛେରାପହଁରା କାର୍ଯ୍ଯକ୍ରମ ଅନୁଷ୍ଠିତ ହେବାପରେ ରଥ ମାଉସୀମା ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ l ରାଇରଙ୍ଗପୁର ସହରେ କିଛି ଦିନ ହେବ ଚୋର ମାନଙ୍କର ଦୌରାତ୍ମ୍ଯ ଛିନତାଇ, ଲୁଟତରାଜ ଓ ଡକାୟତି ବଢିବାରେ ଲାଗିଛି l ସେମାନଙ୍କୁ ସାବାଡ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସହରର ଆଠଟି ପ୍ରମୁଖ ଛକ ଜାଗାମାନଙ୍କରେ ସି ସି କ୍ଯାମେରା ବସାଯାଇଛି l ଏଥିରେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବାମନଘାଟୀ ଉପଜିଲ୍ଲାପାଳ ସୌମ୍ଯ ରଂଜନ ପ୍ରଧାନ , ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ଯକ୍ଷା ମମିତା ଚୌଧୂରୀ, ବିଜେପି ରାଜ୍ଯ ସମ୍ପାଦକ ନବୀନ ରାମ, ଉପଖଣ୍ଡ ଥାନାଧିକାରୀ ଗୋକୁଳାନନ୍ଦ ସାହୁ ସମେତ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତଥା ସ୍ବେଛାସେବୀ ଦଳ ରଥଯାତ୍ରା କୁ ଶାନ୍ତି ଶୁଙ୍ଖଳା ଓ ସୁରୁଖୁରରେ କରିବା ପାଇଁ ବେଶ ତତ୍ପର ହୋଇଉଠିଛନ୍ତି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

ree

Comentários


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page