top of page

ମୋଦୀ ଙ୍କୁ ଦାମୀ କାର୍ ଉପହାର ଦେଲେ ଜିନପିଙ୍ଗ

Updated: Sep 2

ଚୀନ୍‌ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଚୀନ୍‌ ଗସ୍ତ ଉପରେ ପୂରା ବିଶ୍ବର ନଜର ରହିଛି । ଯେହେତୁ ଭାରତ ଓ ଚୀନ୍‌ ସମ୍ପର୍କ କିଛିବର୍ଷ ହେଲାଣି ଖରାପ ଥିଲା ତେଣୁ ଏବେ ମୋଦୀଙ୍କ ଗସ୍ତ ଉପରେ ନଜର ରହିବା ସ୍ବାଭାବିକ କଥା । ହେଲେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇବା ପରେ ଚୀନ୍‌ ବି ଅସନ୍ତୋଷ ବ୍ୟକ୍ତ କରିଥିଲା ।କାରଣ ଚୀନ୍‌ ଉପରେ ବି ଆମେରିକା ଟାରିଫ୍‌ ଲଗାଇଥିଲା । କିନ୍ତୁ ବଡ଼ କଥା ହେଉଛି ଭାରତ ଓ ଚୀନ୍‌ ସମ୍ପର୍କରେ ଏବେ ସୁଧାର ଆସିଛି । ଖାଲି ସୁଧାର ଆସିଛି ତାହା ନୁହେଁ ବରଂ ମୋଦୀଙ୍କ ଗସ୍ତ ସମୟରେ ଚୀନ୍‌ ରାଷ୍ଟ୍ରପତି ତାଙ୍କୁ ନିଜ ପସନ୍ଦର କାର ଗିଫ୍ଟ କରିଛନ୍ତି ।

ree

ଚୀନ୍‌ ଗସ୍ତରେ ମୋଦୀନିଜ ପସନ୍ଦର କାର୍‌ ଗିଫ୍ଟ କଲେ ମୋଦୀଙ୍କୁସମ୍ପର୍କରେ ଆସୁଛି ସୁଧାରପୁଟିନ୍‌ଙ୍କୁ ଦେଇଥିଲେ କାର୍‌ମୋଦୀଙ୍କୁ ଦେଲେ କାର୍‌ଭାରତ-ଋଷିଆ-ଚୀନ୍‌ ସମ୍ପର୍କ ଦେଖି ଟ୍ରମ୍ପ ଟେନ୍‌ସନ୍‌

ଆମେରିକାର ନାଲିଆଖି ଦେଖି ଆଉ ଡରିବା ପରିସ୍ଥିତିରେ ନାହାନ୍ତି ଋଷିଆ-ଚୀନ ଓ ଭାରତ । ସେଇଥି ଲାଗି ତ ତିନିରାଷ୍ଟ୍ରର ନେତା ଏବେ ହାତ ମିଳାଉଛନ୍ତି। କେମିତି ଆମେରିକାକୁ ଚେକ୍‌ ଦିଆଯିବ ସେନେଇ ମାଷ୍ଟର ପ୍ଲାନ୍‌ ବି ହେଉଛି । ଖାସ୍ କରି ମୋଦୀଙ୍କ ଚୀନ୍‌ ଗସ୍ତ ଏବେ ପୂରା ବିଶ୍ବରେ ଚର୍ଚ୍ଚା ଚାଲିଥିବା ବେଳେ ଆମେରିକା ବି ନଜର ରଖିଛି । ମୋଦୀ ଚୀନ୍‌ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖାଲି ଏତିକି ନୁହେଁ ବରଂ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ବି ହୋଇଥିଲା । ଜିନପିଙ୍ଗ ପୁଟିନ୍‌ଙ୍କୁ ଏକ କାର୍‌ ଗିଫ୍ଟ ଦେଇଥିଲେ ଆଉ ମୋଦୀଙ୍କୁ ବି ଗିଫ୍ଟ ଦେଇଛନ୍ତି । ଯାହା ସ୍ପଷ୍ଟ କରୁଛି କି ଚୀନ୍‌ ଋଷିଆ ଓ ଭାରତକୁ ଗୋଟିଏ ନଜରରେ ଦେଖୁଛନ୍ତ ।

ମୋଦୀଙ୍କୁ ଜିନ୍‌ପିଙ୍ଗ ଦେଲେ ହଙ୍ଗକ୍ବି କାର୍‌ଏହି କାର୍‌ ଚୀନ୍‌ର ବଡ଼ ବ୍ରାଣ୍ଡ

ମୋଦୀଙ୍କୁ ଚୀନ୍‌ ରାଷ୍ଟ୍ରପତି ଯେଉଁ କାର୍‌ ଦେଇଛନ୍ତି ତାହାକୁ ନେଇ ବି ଜୋରଦାର ଆଲୋଚନା ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏହି କାର୍‌ ଚୀନ୍‌ର ବ୍ରାଣ୍ଡ ଅଟେ । ସାଧାରଣ ଭାବରେ ଏହି କାର୍‌ ଚୀନ୍‌ର ବଡ଼ ନେତା ଓ ବିଦେଶୀ ଅତିଥିଙ୍କ ପାଇଁ ବ୍ୟବହାର କରାଯାଏ । ଚୀନ୍‌ ନିଜସ୍ବ ଜ୍ଞାନକୌଶଳରେ ଏହି କାର୍‌ ନିର୍ମାଣ କରିଛି । ଏହା କାର୍‌ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ବି ରହିଛି । ତେବେ ଏହି କାର୍‌ ଚୀନ୍‌ ମୋଦୀଙ୍କୁ ଦେବା ପରେ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଭାରତ ଉପରେ ଏବେ ପୂର୍ଣ୍ଣ ବିଶ୍ବାସ କରୁଛି ଚୀନ୍‌ । ଖାଲି ବିଶ୍ବାସ କରୁଛି ତାହା ନୁହେଁ ବରଂ ଆଗାମୀ ଦିନରେ ଉଭୟ ଦେଶ ମିଳିତ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହୋଇଛି । ତେବେ ଚୀନ୍ ଓ ଭାରତ ମଧ୍ୟରେ ସମ୍ପର୍କ ସୁଧୁରୁଥିବାରୁ ଆମେରିକା ଟେନ୍‌ସନ୍‌ରେ ପଡ଼ିଯାଇଛି ।

 
 
 

Comments


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page