top of page

ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି

Flood preparation


ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକ ରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲ୍ଲା ଅଗ୍ନିଶମ ବାହିନୀ। ସୁବର୍ଣ୍ଣରେଖା, ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ବସ୍ତା, ବାଲିଆପାଳ, ଜଳେଶ୍ଵର ଓ ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ପାଣି ଘେରରେ ରହିଛି।

ree

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ତିନୋଟି ଲେଖାଏଁ ଟିମ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ପ୍ରତି ଟିମରେ ଛଅ ଜଣ କର୍ମଚାରୀ ରହିଛନ୍ତି। ସେହିଭଳି ବୁଢ଼ାବଳଙ୍ଗ ନଦୀରେ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତେବେ ଅଗ୍ନିଶମ ବାହିନୀର ତିନୋଟି ଟିମ ପ୍ରସ୍ତୁତ ରହିଛି। ଏଥିସହିତ ଜରୁରୀ ସମୟରେ ସର୍ଚ୍ଚ ଓ ରେସକ୍ୟୁ ପାଇଁ ବେଲଜିଆନ ମେନଲାଇଜ କୁକୁରକୁ ମଧ୍ୟ ପ୍ରସୁତ ରଖାଯାଇଛି। ସେହିଭଳି ୨୫ ପାଓ୍ବାର ବୋଟ, ୬୦ ଟାଓ୍ବାର ଲାଇଟ, ୧୦୦ ଲାଇଭ ଜାକେଟ,୧୦ ଜେନେଟର, ଛଅ ହେଇଡ୍ରୋଲିକ କଟର, ଗୋଟିଏ ପ୍ଲାଜମା କୋଟର ପ୍ରସ୍ତୁତ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଡେପୁଟି ଅଗ୍ନିଶମ ଅଧିକାରୀ।

 
 
 

Recent Posts

See All

コメント


Subscribe to Our Newsletter

  • White Facebook Icon

© 2025 by TheHours. Powered and secured by Janani Groups of Company

bottom of page