ବିଭିନ୍ନ ସ୍ଥାନରେ ଭୂମିକମ୍ପ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ

 କୋରାପୁଟ,୫/୪ ଜିଲ୍ଲାର ଗତକାଲି ରାତ୍ରି ପ୍ରାୟ ୧୧ଟା ୩୦ମିନିଟ୍ ସମୟରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଠାତ୍ ଭୂମିକମ୍ପ ଅନୁଭବ କରାଯାଇଥିଲା ।

ଏହି ଅପରିକଳ୍ପିତ ଘଟଣାରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସୂଚନା ଅନୁସାରେ, ଜିଲ୍ଲାର ଅନେକ ଗ୍ରାମ ଓ ସହର ଅଞ୍ଚଳରେ ଭୂମି କମ୍ପିଥ‌ିବା ଅନୁଭବ ହୋଇଥିଲା। କିଛି ସ୍ଥାନରେ ଘରର ଦିଆଲ୍ ଫାଟିଯାଇଥ‌ିବା ଚିତ୍ର ସାମ୍ନାକୁ ଆସିଛି । ଭୂମିକମ୍ପ ଘଟିବା ସହିତ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡ଼ିଆସିଥ୍‌ଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ରହିଥ୍‌ଲେ।ଯଦିଓ ଏପର୍ଯ୍ୟନ୍ତ କୌଣସି ବଡ଼ ପ୍ରାଣହାନିର ସୂଚନା ମିଳିନାହିଁ, ତଥାପି କିଛି ସ୍ଥାନରେ ସାମାନ୍ୟ କ୍ଷତି ଘଟିଥିବା ଖବର ମିଳିଛି । ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ଓ ଲୋକମାନଙ୍କୁ ସଚେତନ ରହିବାକୁ ଅନୁରୋଧ କରାଯାଇଛି।ଏହା ସହିତ କିଛି ଧାର୍ମିକ ମତାମତ ମଧ୍ଯ ସାମ୍ନାକୁ ଆସିଛି । କିଛି ବ୍ୟକ୍ତି ବାଇବେଲର ମାଥ୍‌ଉ (ଅଧ୍ୟାୟ ୨୮) ଓ ଲୁକ (ଅଧ୍ୟାୟ ୨୪) ରେ ଉଲ୍ଲେଖୂତ ଘଟଣା ସହ ଏହି ଭୂମିକମ୍ପକୁ ସମ୍ପର୍କ କରି ଦେଖୁଛନ୍ତି। ଯୀଶୁଙ୍କ ପୁନରୁତ୍ଥାନ ଦିବସ ସହ ଏହାର ସମ୍ପର୍କ ନେଇ କିଛି ଲୋକ ଆଲୋଚନା କରୁଛନ୍ତି।ତଥାପି ବୈଜ୍ଞାନିକ ମତାନୁସାରେ, ଭୂମିକମ୍ପ ଏକ ପ୍ରାକୃତିକ ପ୍ରକ୍ରିୟା ଓ ଭୂମିର ଭିତରେ ଥ‌ିବା ପ୍ଲେଟ୍‌ର ଗତିରେ ଏହା ଘଟେ।


ଏହିପରି ପରିସ୍ଥିତିରେ ଅଫବାହ ଉପରେ ଭରସା ନକରି ସଚେତନ ଓ ସୁରକ୍ଷିତ ରହିବାକୁ ଜଣାଇ ଦିଆଯାଇ ଛି।






Post a Comment

أحدث أقدم
Loading...

Breaking News

Political News
Politics News is Loading...