⚡Latest News

ଦେଶୀ ଚିକିତ୍ସାର ବୈଦ୍ୟ ହରି ପାଙ୍ଗି

 ଅନୁକୂଳ ଜଳବାୟୁ, ଔଷଧୀୟ ବୃକ୍ଷ ସୁରକ୍ଷାକୁ ଗୁରୁତ୍ବ


କୋରାପୁଟ, ,୨୫/୩: ଆଦିବାସୀ ଗବେଷକ ତଥା ଦେଶୀ ବୈଦ୍ୟ ହରି ପାଙ୍ଗି | ଜଳବାୟୁ ପରିବର୍ତ୍ତନ ରୋକିବା ସହ ଔଷଧୀୟ ଜଙ୍ଗଲ ବୃଦ୍ଧି ପାଇଁ ବହୁ ବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି | ଦେଓମାଳି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼ ଓ ଗ୍ରାମାଞ୍ଚଳରେ ଲକ୍ଷାଧିକ ଔଷଧୀୟ ବୃକ୍ଷ ଓ ବର୍ଷା ସୃଷ୍ଟିକାରୀ ବୃକ୍ଷରୋପଣ କରି ଚର୍ଚ୍ଚାରେ ରହିଛନ୍ତି ଶ୍ରୀ ପାଙ୍ଗି । ଏପରିକି ଆମେରିକାରେ ୮ ଚିହ୍ନଟ କରିଛନ୍ତି ୫୦୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଆୟୋଜିତ ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରସିପ୍ ଟ୍ରେନିଂ ଅନ୍ତର୍ଗତ ଜଳବାୟୁ ପରିବର୍ତ୍ତନ ତଥା ଜୈବବିବିଧତା ବିଷୟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଇ କୋରାପୁଟ ଜିଲ୍ଲାର ପାରମ୍ପରିକ ଔଷଧୀୟ ବୃକ୍ଷ ଏବଂ ଏହାର ଜଳବାୟୁ ଉପରେ ପ୍ରଭାବ ସମ୍ପର୍କରେ ସଫଳତାର ସହ ତଥ୍ୟ ଉପସ୍ଥାପନା କରି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି।

କୋରାପୁଟ ସେମିଳିଗୁଡ଼ା ବ୍ଲକ ତେନ୍ତୁଳିଗୁଡ଼ା ଗ୍ରାମରେ ହରି ପାଙ୍ଗିଙ୍କ ଘର | ଶ୍ରୀ ଗୁପ୍ତେଶ୍ଵର ହର୍ବାଲ୍ ମେଡିସିନ୍ ଏବଂ ପାରମ୍ପରିକ ପ୍ରଯୁକ୍ତିବିଦ୍ୟା ଗବେଷଣା କେନ୍ଦ୍ରର ସଚିବ ଶ୍ରୀ ପାଙ୍ଗି ନିଜ ଗବେଷଣା ମାଧ୍ୟମରେ ୫୦୦ରୁ ଅଧିକ ଔଷଧୀୟ ଗଛ ଚିହ୍ନଟ କରିଛନ୍ତି | ଏଥି ମଧ୍ୟରୁ ୧୦୫ଟି ଔଷଧୀୟ ବୃକ୍ଷକୁ ୧୧୭ଟି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହାର କରୁଛନ୍ତି | ସେ ୨୦ ବର୍ଷରୁ ଅଧିକ ସମୟ ଧରି ପାରମ୍ପରିକ ଚିକିତ୍ସା ଅଭ୍ୟାସ କରି ଆସୁଛନ୍ତି | ପାରମ୍ପରିକ ଜ୍ଞାନ ଏବଂ ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ପଦ୍ଧତିଗୁଡ଼ିକୁ ବ୍ୟବ‌ହାର କରି ୧୦ରୁ ୧୫ଟି ରୋଗର ଲକ୍ଷଣକୁ ହ୍ରାସ କରିପାରୁଥିବା ଔଷଧୀୟ ଉଦ୍ଭିଦ ଉପରେ ଗବେଷଣା ଜାରି ରଖିଛନ୍ତି। ଏହି ଗବେଷଣା କେନ୍ଦ୍ର ମଧୁମେହ, ଆପେଣ୍ଡିସାଇଟିସ୍, ସିକିଲସେଲ୍, ହୃଦରୋଗ, ସ୍ନାୟୁରୋଗ, ପକ୍ଷାଘାତ, ମୁଖ କର୍କଟ, ଅଷ୍ଟିଓପାଇରୋସିସ୍, କିଡନି ଏବଂ ସାଇନୋସାଇଟିସ୍ ଭଳି ରୋଗର ଚିକିତ୍ସା କରୁଛି ୨୦୦୦ ମସିହାରୁ ସେ ଔଷଧୀୟ ଗଛ ଏବଂ ରୋଗ ଗବେଷଣା ଉପରେ ଶ୍ରୀ ପାଙ୍ଗି ଧ୍ୟାନ ଦେଉଛନ୍ତି ଜଳବାୟୁ ଅନୁକୂଳ ଉଦ୍ଭିଦ ଏବଂ ପରିବେଶ ସୁରକ୍ଷା ପାଇଁ ଆବଶକ ଉଦ୍ଭିଦ ଖୋଜିବା ପାଇଁ ପ୍ରୟାସ ଜାଉଁ ରଖିଛନ୍ତି। ଏହି ଗବେଷଣା କେନ୍ଦ୍ର ଓଡ଼ିଶାର ୧୭ଟି ବିଭିନ୍ନ ରାଜ୍ୟ ଏବଂ ୩୦ଟି ଜିଲ୍ଲାରୁ ରୋଗୀଙ୍କୁ ଆକର୍ଷିତ କରୁଛି। ମାସକୁ ପ୍ରାୟ ୩ରୁ ୪ ହଜାର ରୋଗୀଙ୍କୁ ପାରମ୍ପରିକ ଉପାୟରେ ଚିକିତ୍ସା କରୁଛନ୍ତି । ଶ୍ରୀ ପାଙ୍ଗ୍ ଜଣେ ଚାଷୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ | କୃଷି କ୍ଷେତ୍ରରେ ଉତ୍ସର୍ଗୀକୃତତା ଏବଂ ବ୍ୟବହାରିକ ଅଭିଜ୍ଞତା ପାଇଁ ତାଙ୍କୁ ରାଜ୍ୟ ଏବଂ ଜାତୀୟସ୍ତରରେ ସରକାରୀ ଓ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ବୀକୃତି ପ୍ରଦାନ୍ତ କରାଯାଇଛି| ପରିବର୍ଷିତ ଜଳବାୟୁ ସହିତ ଖାପ୍ ଖୁଆଇ ପାରୁଥିବା ଏବଂ ମାନବ ସ୍ଵାସ୍ଥ୍ୟକୁ ସୁରକ୍ଷା ଦେଇପାରୁଥିବା ଉଭିଦଗୁଡ଼ିକର ସଂରକ୍ଷଣ ପାଇଁ କାର୍ଯ୍ୟ କରୁଛନ୍ତି | ନୂତନ ଏବଂ ଅଜଣା ରୋଗର ମୁକାବିଲୁ ପାଇଁ ଔଷଧୀୟ ଉଦ୍ଭିଦ ଉପରେ ଗବେଷଣା ଜାରି ରଖିବା ଶ୍ରୀ ପାଙ୍ଗିଙ୍କ ଲକ୍ଷ୍ୟ ରହିଛି |




Post a Comment

أحدث أقدم
Loading...

Breaking News

राजनीति समाचार
राजनीति समाचार लोड हो रहे हैं...